Das, Srikant
1645603601
ISBN 13: 9781645603603
Softcover

67
ING9781645603603
Special order direct from the distributor

କଳ୍ପବଟ ହେଲା କାମନାର ବରଗଛ । ଭକ୍ତମାନେ ଯାହା ମାନସିକ କରନ୍ତି, ସେଇ ଗଛରେ ଡ଼ୋରି ବାନ୍ଧନ୍ତି ତାଙ୍କ କାମନା ପୂର୍ଣ୍ଣ ହେଉଥିବ ବୋଲି ଏକାମ ସେମାନେ କରନ୍ତି ନା କାହିଁକି? ନିଶ୍ଚୟ ହେଉଥିବ ବୋଲି ମୋର ବିଶ୍ୱାସ । ଆଚ୍ଛା ମୋ କଥାରେ ନରାଗି କହିଲ? ତମର ପୁଣି କେଉଁ କାମନା ବାକି ରହିଗଲାଯେ କଳ୍ପବଟରେ ଡୋରି ବାନ୍ଧିବା କଥା ଭାବିଛ? ଅଳ୍ପ ହସି ମୁଁ କହିଲି ।

ସଂଯୁକ୍ତାଙ୍କ ମୁହଁ ଉପରେ କିଛି କୁଂଚି ପଡ଼ିବାର ଆଭାସ ମିଳୁଥିଲା । ସେ ମନ ଭିତରେ ମୋ ଉପରେ ପୁଣି ବିରକ୍ତ ହେଲେ କି? କାହିଁ ଆଉ କିଛି ନକହି ଉଠିଗଲେ ।

ତାଙ୍କ ଯିବା ପ୍ରତି ମୁଁ ଆଉ ଗୁରୁତ୍ୱ ନ ଦେଇ ନିରୋଳାରେ ସୋଫାକୁ ଆଉଜି ବସିଲି । କାନ୍ଥରେ ଟଙ୍ଗା ଯାଇଥିବା ଶ୍ରୀଜଗନ୍ନାଥଙ୍କର ଏକ ବଡ଼ ତୈଳଚିତ୍ରକୁ ଚାହିଁଲି । ମୋତେ ଲାଗିଲା ସେ ଖାଲି ବଡ଼ ବଡ଼ ଆଖିରେ ଚାହିଁ ନାହାନ୍ତି, ବରଂ ତାଙ୍କର ସୁନ୍ଦର ଅଧରରେ ମୁରୁକି ହସା ଦଉଚନ୍ତି । ଆଉ ମୁଁ ଅନୁଭବ କଲି, ସେ ହସଟା ଅତି ଶାଣିତ ଭାବରେ ମୋତେ ଦଂଶନ କରୁଛି । ବିବ୍ରତ କରୁଛି । ପ୍ରଶ୍ନ ବି ପଚାରୁଛି ।

ମୁଁ ଶମ୍ଭୁନାଥ ମହାରଣା ।

ମୋ ଘର କେନ୍ଦ୍ରାପଡ଼ା ଜିଲ୍ଲାର ବହୁତଳେ ଥିବା ଗୋଟେ ଗାଆୁଛୁ ।

Free ShippingOn orders $50 or more. North America only.Learn More